Latest Odisha News

BREAKING NEWS

‘ମିସ୍ ଇଣ୍ଡିଆ’ ଉଷଶୀ ବିଚ୍ ରାସ୍ତାରେ ଅସଦାଚରଣର ଶୀକାର, ୭ ଗିରଫ

କୋଲକାତା: ପୂର୍ବତନ ‘ମିସ୍ ଇଣ୍ଡିଆ’ ଉଷଶୀ ସେନଗୁପ୍ତା ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ବିଚ୍ ରାସ୍ତା ଉପରେ ଅସଦାଚରଣର ଶୀକାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ଏବେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ରାତିରେ ଉଷଶୀ ଘରକୁ ଏକ କ୍ୟାବରେ ଫେରୁଥିବା ବେଳେ ତାଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇ ଡ୍ରାଇଭରକୁ କାବୁ କରିନେଇଥିଲେ । ମାରପିଟ କରିବା ସହିତ ଏହି ଅସାମାଜିକ ଯୁବକମାନେ ଉଷଶୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ସେ ନିଜ ଫେସବୁକ୍ ପେଜରେ ଫଟୋ ସହିତ ପୋଷ୍ଟିଂ କରିଥିଲେ ।


ଏହି ଘଟଣା ଘଟିଥିବା ବେଳେ ସେ ରାସ୍ତାରେ ଯାଉଥିବା ଜଣେ ପୋଲିସଙ୍କୁ ସହାୟତା ଲାଗି ଅନୁରୋଧ କରିଥିଲେ ମଧ୍ୟ ସେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ଏବେ ଡ୍ୟୁଟି ସମୟ ସରିଯାଇଥିବା ଦର୍ଶାଇ ପୋଲିସ କର୍ମଚାରୀ ଜଣକ ସେଠାରୁ ଚାଲିଯାଇଥିଲେ ।

ସ୍ଥାନୀୟ ଲୋକେ ପହଞ୍ଚି ଉଷଶୀଙ୍କୁ ଏହି ଅସାମାଜିକ ଯୁବକମାନଙ୍କ କବଳରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.