Latest Odisha News

BREAKING NEWS

‘ନୋ ଫ୍ଲାଇଂ ଜୋନ୍’ ଘୋଷିତ ହେବ ପୁରୀ ବଡ଼ଦାଣ୍ଡ…

ଭୁବନେଶ୍ୱର: ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରଥଯାତ୍ରାରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରାଜ୍ୟ ପୋଲିସ ମହା-ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ସୁରକ୍ଷା ଏଜେନ୍ସି ଯଥା – ସିଆରପିଏଫ, ବିଏସଏଫ, ଆରପିଏଫ, କୋଷ୍ଟ ଗାର୍ଡ଼, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ, ଭାରତୀୟ ନୌବାହିନୀ ଏବଂ ଆଇବିର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକ ଆଲୋଚନାର ମୁଖ୍ୟାଂଶ:

– ରଥଯାତ୍ରା ସମୟରେ ହାଇଦ୍ରାବାଦସ୍ଥିତ ମୁଖ୍ୟାଳୟରେ ଯେକୌଣସି ପରିସ୍ଥିତି ଲାଗି ଏନଏସଜି ସଜାଗ ସହିତ ପ୍ରସ୍ତୁତ ହୋଇ ରହିବେ ।

– ସେହିପରି ବିପର୍ଯ୍ୟସ୍ତ ପରିସ୍ଥିତି ଉପୁଜିଲେ ଏନଡ଼ିଆରଏଫ ଟିମ୍ ମୂତୟନ ହେବେ ।

– ରଥଯାତ୍ରା ଉତ୍ସବ ସମୟରେ ପୁରୀ ବଡ଼ଦାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରିବା ନେଇ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯିବ ।

– ସିଆରପିଏଫ ସହିତ ର‌୍ୟାପିଡ଼ ଆକ୍ସନ ଫୋର୍ସ ଆବଶ୍ୟକୀୟ ସ୍ଥାନରେ ମୂତୟନ ହେବେ ।

– ସମୂଦ୍ର ତଟରେ କୋଷ୍ଟଗାର୍ଡ଼ ପକ୍ଷରୁ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇ ସେହି ସବୁ ସ୍ଥାନମାନଙ୍କରେ ସମୁଦ୍ର ବୁଡ଼ାଳୀଙ୍କୁ ମୂତୟନ କରାଯିବାର ବ୍ୟବସ୍ଥା ହେବ ।

Leave A Reply

Your email address will not be published.