Latest Odisha News

କରୋନା ଲଢେଇରେ ସାମିଲ୍ ହେଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଆତଙ୍କିତ କରିଦେଇଥିବା ବେଳେ ଏବେ ତିନିଜଣ ବିଶ୍ୱ ସୁନ୍ଦରୀ ବିଶ୍ୱବ୍ୟାପୀ ଚାଲିଥିବା କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହୋଇଛନ୍ତି ।

ବିଶ୍ୱବ୍ୟାପୀ ଜନ ସଚେତନା ସୃଷ୍ଟି ଲାଗି ଯେଉଁ ତିନି ବିୟୁଟି କୁଇନ୍ ସାମ୍ନାକୁ ଆସିଛନ୍ତି ସେମାନେ ହେଲେ ୨୦୧୭ର ମିସ୍ ୱାର୍ଲ୍ଡ ତଥା ଭାରତୀୟ ସୁନ୍ଦରୀ ମାନୁଷୀ ଚିଲ୍ଲାର୍‌, ପୋର୍ଟୋରେକୋର ୨୦୧୬ ମିସ୍ ୱାର୍ଲ୍ଡ ଷ୍ଟିଫାନୀ ଡେଲ୍ ଭାଲେ ଏବଂ ମେକ୍ସିକୋର ୨୦୧୮ମିସ୍ ୱାର୍ଲ୍ଡ ଭାନିସା ପୋନ୍ସ । ନ୍ୟୁ ଇଣ୍ଡିଆ ଏକ୍ସପ୍ରେସରେ ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶିତ ହୋଇଛି ।

“ଆଜି କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରାଦୁର୍ଭାବ ବହୁତ ମାତ୍ରାରେ ବୃଦ୍ଧି ପାଇ ଚାଲିଛି । କୋଭିଡ୍‌-୧୯ ବିରୋଧରେ ତଥା ଏହି ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ଆମେ ନେଉଥିବା ପଦକ୍ଷେପରେ ସମସ୍ତେ ସାମିଲ୍ ହେବା ଉଚିତ୍ । ଏହା ଏପରି ଏକ ସମୟ କେବଳ ଜଣେ ନୁହେଁ ସମସ୍ତଙ୍କୁ ଏହି ଲଢେଇ ବିରୋଧରେ ସଚେତନ ହେବାକୁ ପଡ଼ିବ ।” ଏହା କହିଛନ୍ତି ଭାରତୀୟ ସୁନ୍ଦରୀ ମାନୁଷୀ ।

ପେପୋର୍ଟୋରିକୋ ହେଉ କିମ୍ବା ମେକ୍ସିକୋର ମିସ୍ ୱାର୍ଲ୍ଡ ଆମେ ସମସ୍ତେ ନିଜ ନିଜ ଦେଶରେ ଏହି ମହାମାରୀର ଭୟାବହତା ଦେଖିଛୁ । ରୋଗ ବିରୋଧରେ ଲଢେଇ ହେଉ କିମ୍ବା ଦୈନିକ ମୃତ୍ୟୁମୁଖରେ ପଡୁଥିବା ରୋଗୀ ସେମାନଙ୍କ ଯନ୍ତ୍ରଣା ଆଖିରେ ଦେଖିହେବନାହିଁ । ଏହି ମହାମାରୀରେ ମୃତ୍ୟୁ ବରଣ କରୁଥିବା ରୋଗୀମାନଙ୍କ କଥା ଦେଖିଲେ ଏହା ଏକ ଅପୂରଣୀୟ କ୍ଷତି । ଏହା କହିଛନ୍ତି ମାନୁଷୀ ।

ମିସ୍ ୱାର୍ଲ୍ଡ ମାନୁଷୀ ଏବେ ୟୁନିସେଫ ଏବଂ ହରିୟାଣା ସରକାରଙ୍କ ଲାଗି ସେବାରେ କାର୍ଯ୍ୟରତ ।

ମାନସିକ ସୁସ୍ଥତା ବଜାୟ ରଖିବା ନେଇ ଅନେକ ଆଲୋଚନାରେ ଏହି ତିନି ବିଶ୍ୱସୁନ୍ଦରୀ ଅନେକ ଜନହିତକର କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ।

Comments are closed.