Latest Odisha News

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ ।

ଦୁଇ ମାସ ଜାମିନରେ ବାହାରିବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାୟଗଡ଼ ଜିଲ୍ଲାରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ ପୋଲିସ । କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ ସାଏ । ଗିରଫ ପରଠୁ ଜେଲରେ ଥିଲେ ।

Leave A Reply

Your email address will not be published.