Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ସେପ୍ଟେମ୍ବର ୧୩ ତାରିଖରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିଲା ନିଟ୍ । ପରୀକ୍ଷା ପାଇଁ ୧୫ ଲକ୍ଷ ୯୭ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରାଯାଇ ଥିଲା । ଚଳିତବର୍ଷ ଓଡ଼ିଶାରୁ ୩୭ ହଜାର ୧୯୮ ଛାତ୍ରଛାତ୍ରୀ ନିଟ୍ ପାଇଁ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ନିଟ୍ ଦେଇଥିଲେ ୩୨ହଜାର ୮୩୩ ପରୀକ୍ଷାର୍ଥୀ ।

Leave A Reply

Your email address will not be published.