Latest Odisha News

ଆରପାରିରେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ

ବ୍ରଜରାଜନଗର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ । ଆଜି ଭୋର ପ୍ରାୟ ୪ଟା ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳେ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତେବେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ମୃତ୍ୟୁ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କ ମର ଶରୀରକୁ ରଖାଯାଇଛି। ସମସ୍ତ ନେତା ଓ କର୍ମୀ ପୂର୍ବତନ ବିଧାୟକଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଚଳି ଦେଉଛନ୍ତି।

ତେବେ କଂଗ୍ରେସ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ୧୯୮୦ରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସେ ବିଧାୟକ ରହିଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ କଂଗ୍ରେସର ଜିଲ୍ଲା ସଭାପତି ଓ ଏଆଇସିସି ସଦସ୍ୟ ରହିଥିଲେ । ଆଜି ତାଙ୍କର ହୃଦଘାତରେ ନିଧନ ହୋଇଛି ।

Comments are closed.