Latest Odisha News

ପରଲୋକରେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ

କଳାହାଣ୍ଡି: ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ l କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା l କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଧନେଶ୍ବର ମାଝୀ l ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ l

ମଙ୍ଗଳବାର ରାତିରେ ଧନେଶ୍ବରଙ୍କ ଛାତିରେ ଭୀଷଣ ଯାନ୍ତ୍ରଣା ହୋଇଥିବାରୁ ତାଙ୍କ ଦୁଇ ପୁତୁରା ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l

ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥରର ବିଧାୟକ ଧନେଶ୍ୱର ମାଝୀ l ୧୯୭୧ ଏବଂ ୧୯୭୪ ଯାଏଁ ନର୍ଲା ବିଧାୟକ ଭାବେ ନିର୍ବାଚିତ ହେଇଥିଲେ ଶ୍ରୀ ମାଝୀ l ପରେ ୧୯୭୮ ରୁ ୧୯୮୪ ଯାଏଁ ରାଜ୍ୟସଭା ସାଂସଦ ହୋଇଥିଲେ l ସେହିଭଳି ୨୦୦୦ ଏବଂ ୨୦୦୪ ଯାଏଁ ବିଜେପିରୁ କେସିଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଇଥିବା ଶ୍ରୀ ମାଝୀ ପରେ ପୁଣିଥରେ ୨୦୧୪ ରୁ ୧୯ ଯାଏଁ ବିଜେଡି ଟିକେଟ ରେ ନର୍ଲା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ଶିକ୍ଷକତା ଛାଡ଼ି ରାଜନୀତିକୁ ପ୍ରବେଶ କରିଥିବା ଶ୍ରୀ ମାଝୀ ଜିଲାରେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ଥିଲେ । ତେବେ ୨୦୦୯ ମସିହା ରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ। ତେବେ ଚଳିତ ବର୍ଷର ଲୋକସଭା/ବିଧାନସଭା ନିର୍ବାଚନରେ ଗତ ମାର୍ଚ୍ଚ ୨୬ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇ ପୁଣି ଥରେ ବିଜେପିରେ ଯୋଗ ଦେଇଥିଲେ l

Leave A Reply

Your email address will not be published.