Latest Odisha News

BREAKING NEWS

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଉମେଶ ସ୍ୱାଇଁଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।

ଉମେଶ ସ୍ୱାଇଁଙ୍କ ବିୟୋଗରେ ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଛାୟା ଖେଳିଯାଇଛି । ବାଲିକୁଦା ଆସନରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଉମେଶ ସ୍ୱାଇଁ । ୧୯୭୭ରେ ସେ ପ୍ରଥମ ଥର ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲା । ପରେ ୧୯୯୦-୧୯୯୫ ଯାଏ ଜନତା ଦରୁ ବିଧାୟକ ହୋଇଥିଲା । ପରେ କଂଗ୍ରେସରେ ସେ ଯୋଗ ଦେଇଥିଲେ । ୨୦୦୦ ମସିହାରୁ ଲଗାତାର ଦୁଇଥର ବିଧାନସଭାକୁ ନିର୍ବାଚତ ହୋଇଥିଲେ ଉମେଶ ସ୍ୱାଇଁ ।

Leave A Reply

Your email address will not be published.