Latest Odisha News

BREAKING NEWS

ହତ୍ୟାର ୧୧ ଦିନ ପରେ ହରିଆଣା କେନାଲରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ମାମଲା । ହତ୍ୟାର ୧୧ ଦିନ ପରେ ହରିଆଣା କେନାଲରୁ ମିଳିଲା ମୃତଦେହ । ତେବେ ଦିବ୍ୟାଙ୍କ ଶବ ଟୋହନା ନାଳରୁ ଉଦ୍ଧାର ହୋଇଛି । ଶବଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏବେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।

ଦିବ୍ୟାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପଞ୍ଜାବର ଏକ କେନାଲକୁ ଅଭିଯୁକ୍ତ ମାନେ  ଫୋପାଡି ଦେଇଥିଲେ । ମୃତଦେହଟି ଭାସି ଭାସି ପଞ୍ଜାବ କେନାଲରୁ ହରିୟାଣା କେନାଲକୁ ଆସିଥିଲା । ମୃତଦେହ ଖୋଜିବା ପାଇଁ ପଞ୍ଜାବରୁ ହରିୟାଣା ପର୍ଯ୍ୟନ୍ତ ପୋଲିସ ଖୋଜାଖୋଜି କରିଥିଲା । ହେଲେ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଦିବ୍ୟାଙ୍କ ଶରୀରରେ ଥିବା ଏକ ଟାଟୁ ଦ୍ୱାରା ତାଙ୍କ ମୃତ ଶରୀରକୁ ଚିହ୍ନଟ କରାଯାଇଛି। କେନାଲରୁ ମୃତଦେହ କାଢିବା ପରେ ପୋଲିସ ଏହାର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇବା ପରେ ସେମାନେ ମୃତଦେହକୁ ଚିହ୍ନଟ କରିଥିଲେ । ତାଙ୍କ ଭଉଣୀ ନୈନା ତାଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ।

ସୂଚନା ଅନୁସାରେ, ଗତ ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହୋଟେଲ ସିଟି ପଏଣ୍ଟ ରୁମ୍ ନମ୍ବର ୧୧୪ରେ  ହତ୍ୟା କରାଯାଇଥିଲା । ତେବେ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଏଯାବତ୍ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଦିବ୍ୟାଙ୍କୁ ହତ୍ୟା କରିଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୬ ଫେବୃଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଘଟଣାରେ  ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା । କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ କରାଯାଇଥିଲା ହତ୍ୟା ।

Leave A Reply

Your email address will not be published.