Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟ ବୈଠକ: ମେଣ୍ଟର ସଂଯୋଜକ ହେବାକୁ ନୀତିଶ ଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବୈଠକକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବୈଠକରେ ଭାବେ ନୀତିଶ କୁମାରଙ୍କ ନାଁ ଘୋଷଣା ହୋଇଥିଲା । ହେଲେ ସେ ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି । ନୀତିଶ କହିଛନ୍ତି ଯେ, ମୁଁ କୌଣସି ପଦବୀ ପାଇଁ ଆଗ୍ରହୀ ନୁହେଁ । ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ୍ ।

ସଂଯୋଜକ ପଦକୁ ନେଇ ନୀତିଶଙ୍କ ଅଗ୍ରାହ୍ୟ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଙ୍କ ନାଁ ଚର୍ଚ୍ଚାରେ ରହିଛି । ସୂଚନାଯୋଗ୍ୟ ଯେ, ଆଜି ଇଣ୍ଡିଆ ମେଣ୍ଟର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ସୁପ୍ରିମୋ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲାଲୁ ଯାଦବ, ମଲ୍ଲିକାର୍ଜୁନ ଖର୍ଗେ, ଆପ୍ ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ୍, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଅନେକ ବଡ ବଡ ନେତା ଯୋଗ ଦେଇଥିଲେ ।

ହେଲେ ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକରେ ଉପସ୍ଥିତ ନଥିଲେ । ପୂର୍ବରୁ ସେମାନଙ୍କର ଅଲଗା କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ଏହି ବୈଠକରେ ସେମାନେ ଯୋଗ ଦେଇ ନଥିବା କୁହାଯାଉଛି ।

Leave A Reply

Your email address will not be published.