Latest Odisha News

BREAKING NEWS

ପାଦର ଫଟୋ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯୁବତୀ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଦିନରେ ସୋସିଆଲ ମିଡିଆ ମଧ୍ୟ ଜୀବିକାର ଏକ ପ୍ରମୁଖ ସ୍ଥାନ ପାଲଟିଛି। ଅନେକ ଲୋକ ଏହି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଉପାୟରେ ବହୁତ ଟଙ୍କା ରୋଜଗାର କରୁଛନ୍ତି। କିଏ ଅଚାନକ ସୋସିଆଲ ମିଡିଆ ଜରିଆରେ ପ୍ରସିଦ୍ଧ ହେବ ତାହା ଜଣା ପଡେନାହିଁ। ସୋସିଆଲ ମିଡିଆରେ ଲୋକମାନେ ଅଜବ, ଆକର୍ଷଣୀୟ ବିଷୟବସ୍ତୁ ଦେଇ ବଡ଼ ଆକାରରେ ଟଙ୍କା ରୋଜଗାର କରୁଛନ୍ତି। ଏପରି ଜଣେ ମହିଳା ତାଙ୍କ ପାଦର ଫଟୋରୁ ବହୁତ ଟଙ୍କା ରୋଜଗାର କରୁଛନ୍ତି। ମହିଳାମାନେ କେବଳ ପାଦର ଫଟୋ ଉଠାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି।

ଡେଲି ଷ୍ଟାର ସହ ସାକ୍ଷାତ ସମୟରେ ଲଣ୍ଡନର ବାସିନ୍ଦା ୨୮ ବର୍ଷିୟ ଏମିଲିଆ କହିଛନ୍ତି ଯେ ସେ ସୁନ୍ଦର ପାଦର କିଛି ଚିତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ‘ଫନ୍ ୱିଥ୍ ଫିଟ୍’ ନାମକ ଏକ ୱେବସାଇଟ୍ ସମ୍ପର୍କରେ ଜାଣିବା ପରେ ତାଙ୍କର ଏହି ଲାଇନରେ ଯାତ୍ରା ଆରମ୍ଭ ହୋଇଥିଲା। ଏମିଲିଆ ଜାଣିବାକୁ ପାଇଲେ ଯେ ଏହି ୱେବସାଇଟରେ ପାଦର ସର୍ବୋତ୍ତମ ଏବଂ ସୁନ୍ଦର ଫଟୋ ଦେଲେ ଟଙ୍କା ମିଳେ। ଏହା ପରେ ହିଁ ଏମିଲିଆ ଏହି ୱେବସାଇଟରେ ଫଟୋ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଅବଶ୍ୟ, ଏଥିପାଇଁ ଏମିଲିଆଙ୍କୁ ନିଜର ପାଦର ବିଶେଷ ଯତ୍ନ ନେବାକୁ ପଡେ। ଯେଉଁଥିପାଇଁ ସେ ଏକ ଫୁଟ୍ କେୟାର ରୁଟିନ୍ ଅନୁସରଣ କରନ୍ତି।

ଏମିଲିଆଙ୍କ କହିବା ଅନୁଯାୟୀ, ସେ ପୂର୍ବରୁ ଜଣେ ନର୍ସ ଥିଲେ। କିନ୍ତୁ ଯେତେବେଳେ ସେ ଏହି ‘ଫନ୍ ୱିଥ୍ ଫିଟ୍’ ୱେବସାଇଟ ବିଷୟରେ ଜାଣିଲେ, ସେ ଏହାକୁ ତାଙ୍କ କ୍ୟାରିଅର୍ ବନାଇଦେଲେ। ତାଙ୍କ ପାଦକୁ ସତେଜ ଏବଂ ପରିଷ୍କାର ରଖିବା ପାଇଁ ସେ ଅତ୍ୟନ୍ତ ଯତ୍ନଶୀଳ ଏବଂ ଏକ କଠୋର ଫୁଟ୍ କେୟାର ରୁଟିନ୍ ଅନୁସରଣ କରନ୍ତି। ଯାହାଫଳରେ ତାଙ୍କ ପାଦରେ ଗୋଟିଏ ବି ଦାଗ ନାହିଁ। ସେ ବିଶ୍ୱାସ କରନ୍ତି ଯେ ପାଦ ଯେତେ ସୁନ୍ଦର ଦେଖାଯିବ, ଲୋକମାନେ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ଏମିଲିଆଙ୍କ ଅନୁଯାୟୀ ସେ ନିଜ ବିଷୟବସ୍ତୁ ଉପରେ ବହୁତ ପରିଶ୍ରମ କରନ୍ତି। ତାଙ୍କ କହିବାନୁସାରେ, ସେ ଜାଣନ୍ତି ଲୋକମାନେ କଣ ଚାହାଁନ୍ତି ଏବଂ ଲୋକଙ୍କ ଚାହିଦାକୁ ଲକ୍ଷରେ ରଖି ସେ ଭଲ ଭଲ ନୂତନ ଷ୍ଟାଇଲର ଫଟୋ ସେୟାର କରନ୍ତି। ଏହାସହ ପାଦକୁ କିପରି ସୁନ୍ଦର ରଖିବା, କିପରି ପାଦର ଯତ୍ନ ନେବା ସେଥିପ୍ରତି ଲୋକଙ୍କୁ ଟିପ୍ସ ମଧ୍ୟ ଦିଅନ୍ତି। ଯେଉଁଥିପାଇଁ ଲୋକେ ତାଙ୍କ ୱେବସାଇଟକୁ ଅଧିକ ପସନ୍ଦ କରନ୍ତି।

Comments are closed.