Latest Odisha News

BREAKING NEWS

ଅବସରପ୍ରାପ୍ତ ଓଡ଼ିଶା କ୍ୟାଡର ଆଇଏଏସ୍ ଆଇ. ଶ୍ରୀନିବାସଙ୍କୁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆଇ. ଶ୍ରୀନିବାସଙ୍କୁ ମିଳିଲା ନୂଆ ନିଯୁକ୍ତ । ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ବା ଆଇଏଫଏସସିଏର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ତାଙ୍କ ନିଯୁକ୍ତିରେ ମୋହର ମାରିଛି । ଏହି ପଦରେ ସେ ତିନି ବର୍ଷ ପାଇଁ କାର‌୍ୟ୍ୟ କରିବେ ।

୧୯୮୩ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆଇ. ଶ୍ରୀନିବାସ । ଚଳିତବର୍, ମେ ୩୧ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । କେନ୍ଦ୍ର କମ୍ପାନୀ ବ୍ୟାପାର ସଚିବ ପଦରୁ ଅବସର ନେଇଥିଲେ ଆଇ. ଶ୍ରୀନିବାସ । ସେ ଓଡ଼ିଶାରେ ବହୁ ଗୁରୁକତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବରେ କାର‌୍ୟ୍ୟ ତୁଲାଇଥିଲେ ।

Leave A Reply

Your email address will not be published.