Latest Odisha News

ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇବାକୁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅନଲକ୍ ୨.୦ ବେଳେ ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ କି ନାହିଁ ? ଏହି ସସପେନ୍ସର ଅନ୍ତ ହୋଇଛି । ପରୀକ୍ଷା କରାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଗ୍ରୀନ୍ ସିଗନାଲ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷା ସଚିବଙ୍କୁ ଚିଠି ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନଗୁଡ଼ିକ ଶେଷ ବର୍ଷ ପରୀକ୍ଷା କରାଇପାରିବେ । ତେବେ କରୋନା କଟକଣା ଓ ଗାଇଡଲାଇନ ମାନି ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି, ୟୁଜିସି ଗାଇଡଲାଇନ ଅନୁସାରେ କୌଣସି ବିଶ୍ୱବିଦ୍ୟାଳୟରେ ଶେଷ ବର୍ଷର ପରୀକ୍ଷା ସମ୍ପନ୍ନ ହେବା ଜରୁରୀ । ଅଧିକାଂଶ ରାଜ୍ୟରେ କରୋନା ଯୋଗୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପରୀକ୍ଷା କରିବାକୁ ଅନୁମତି ଦେଇଥିବା ବେଳେ ୟୁଜିସିର ନିଷ୍ପତ୍ତିକୁ ଅପେକ୍ଷା ରହିଛି । ୟୁଜିସି କଣ ଗାଇଡଲାଇନ୍ ଆଣୁଛି ତାଉପରେ ନଜର ରହିବ । ଲକଡାଉନ ଘୋଷଣା ପରଠୁ ଦେଶର ବିଶ୍ୱବିଦ୍ୟାଳୟରେ ବନ୍ଦ ରହିଛି ପାଠପଢ଼ା । ଛାତ୍ରଛାତ୍ରୀଙ୍କ ପରୀକ୍ଷା ବି ହୋଇନି ।

Leave A Reply

Your email address will not be published.