ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ଏନେଇ ସୋମବାର ଦିନ ସେ ଘୋଷଣା କରିଛନ୍ତି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବୟସକୁ ନଜରରେ ରଖି ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ରାଜନୀତିରେ ଯୁବ ପିଢ଼ିଙ୍କୁ ଅଧିକ ସୁଯୋଗ ଦିଆଯାଇପାରିବ।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଗଠନକୁ ପୁନର୍ଜୀବିତ କରିବା ପାଇଁ ଦଳର ଯୁବ ନେତାମାନେ ଏବେ ଦାୟିତ୍ୱ ନେବା ଉଚିତ। ମୋ ବୟସ ହେତୁ ମୁଁ ଭବିଷ୍ୟତରେ କୌଣସି ନିର୍ବାଚନ ଲଢ଼ିବି ନାହିଁ। ରାଜନୀତିରେ ନୂତନ ଚିନ୍ତାଧାରାର ଯୁବ ନେତାମାନଙ୍କୁ ସୁଯୋଗ ପ୍ରଦାନ କରିବା ଆବଶ୍ଯକ ରହିଛି।
ତେବେ ନିର୍ବାଚନ ଲଢ଼ିବାରୁ ନିଜକୁ ଦୂରେଇ ରଖିଲେ ମଧ୍ଯ ଆଗାମୀ ଦିନରେ ଦଳର ମାର୍ଗଦର୍ଶନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.