Latest Odisha News

ନବୀନ ସରକାରଙ୍କ ବ୍ୟାଗ୍ ବଣ୍ଟନ: ବିଧାନସଭାରେ ଆସିଲା ଆଖି ଖୋସିଦେଲା ଭଳି ତଥ୍ୟ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ବ୍ୟାଗ୍ ବଣ୍ଟନ ଯୋଜନା। କେବଳ ବ୍ୟାଗ୍ ବାଣ୍ଟିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ହୋଇଛି ୨୪୭ କୋଟିରୁ ଅଧିକ ଟଙ୍କା । ଏଭଳି କିଛି ଆଖି ଖୋସି ଦେଲା ଭଳି ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ମୋଟ ୨୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ପରିବାର ପିଛା ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ୯୫୯ କୋଟି ୫ ଲକ୍ଷ ଟଙ୍କା।

ତେବେ ପୂର୍ବ ସରକାର ନିର୍ବାଚନ ପୂର୍ବରୁ ପ୍ରତି ରାସନକାର୍ଡଧାରୀଙ୍କୁ ପରିବାର ପିଛା ୨ଟି ଲେଖାଏଁ ବ୍ୟାଗ୍ ସହ ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିଥିଲେ।

Comments are closed.