Latest Odisha News

BREAKING NEWS

ଚଢ଼ିଗଲା ବାଲି ବୋଝେଇ ହାଇୱା; ପୂର୍ବତନ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ଯାଜପୁର: ସଡ଼କ ଦୁର୍ଘଟଣାରେ କଂଗ୍ରେସର ପୂର୍ବତନ ବିଧାୟକଙ୍କ ପରଲୋକ। ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ବାଲି ବୋଝେଇ ହାଇୱା। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ  ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା। ସଦର ଥାନା ବରୁହାଁ ନିକଟ ଖରସ୍ରୋତା ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ସାଂସଦ ଅନାଦି ଦାସଙ୍କ ପୁଅ ଥିଲେ ଅର୍ଜୁନ ଚରଣ ଦାସ। ସେ ୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ। ନିକଟରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶୋଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗ ଦେଇଥିଲେ। ଏଥିପାଇଁ ହାଇଦ୍ରାବାଦ ଯାଇ ସେ ଦଳର ସଦସ୍ୟ ପଦ ଗ୍ରହଣ କରିଥିଲେ। ୧୯୫୭ ମସିହାର ନଭେମ୍ବର ୧୬ ତାରିଖରେ ଅର୍ଜୁନଙ୍କ ଜନ୍ମ ହୋଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ବିୟୋଗ ହୋଇଛି।

ଦୁର୍ଘଟଣାରେ ସାଙ୍ଗରେ ଥିବା ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି ।

Leave A Reply

Your email address will not be published.