Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ବଡ଼ ଉତ୍ସାହ ସହକାରେ ପାଳନ କରାଯାଏ । ଯାହା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନାଁରେ ପରିଚିତ । ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା ମେଳା ଅନୁଷ୍ଠିତ ହୋଇପାରି ନଥିଲା। ତେଣୁ ଚଳିତବର୍ଷ ଉତ୍ସାହର ସହ ଯୋରନ୍ଦା ମେଳା ପାଳନ କରାଯାଉଛି ।

ଏହି ମେଳାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି l ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ବିଶେଷ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ୪ ଡିଏସପି ଓ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି l

ବକଳ ସମାଜ ମୁଖ୍ୟ ଗାଦି ମନ୍ଦିରରେ ନୀତିକାନ୍ତି କରିବେ ଏବଂ କୌପୁନି ସମାଜ ପାଇଁ ଭଜନ ମଣ୍ଡପ ନିକଟରେ ଅସ୍ଥାୟୀ ପୂଜା ପାଠ ଲାଗି ବ୍ୟବସ୍ଥା କରାଯାଇଛି l ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ଦିଆଯାଇଛି।

 

Leave A Reply

Your email address will not be published.