ଭୁବନେଶ୍ୱର: ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।
ବ୍ୟବସାୟୀରୁ ରାଜନେତା ପାଲଟିଥିବା ବିମଳ ଲୋଚନ ବାରିପଦା ନିର୍ବାଚନମଣ୍ଡଳୀରୁ ୨୦୦୯ରେ ଓଡିଶା ବିଧାନସଭାକୁ ଆସିଥିଲେ। ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଟିକେଟରେ ନିର୍ବାଚନ ଲଢିଥିଲେ।
ତେବେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କରେ ଋଣ ଠକେଇ ମାମଲାରେ ସେ ୨୦୧୭ରେ ବର୍ଷେ ପାଇଁ ଜେଲରେ ଥିଲେ। ଯେଉଁଠାରେ ସେ ୨୦୦୩-୨୦୦୪ ମଧ୍ୟରେ ସଭାପତି ଭାବରେ କାର୍ଯ୍ୟ କରିଥିଲେ।
Comments are closed.