Latest Odisha News

ଦିନକରେ ଭାରତରୁ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧,୧୦,୩୦,୧୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।

କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୭୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୧୦୪ ଜଣଙ୍କର ମୃତ୍ୟୁ ଘଟିଛି।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୧,୪୬,୯୦୭ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧,୫୬,୫୬୭ ଜଣ ପ୍ରାଣ ହରାଇଛନ୍ତି।

ଆହୁରି ମଧ୍ୟ ସମସ୍ତ ୧,୦୭,୨୬,୭୦୨ ଜଣ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.