Latest Odisha News

BREAKING NEWS

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ; ୨୭ ପରେ ମିଳିଲା ଦଣ୍ଡ

ଭୁବନେଶ୍ୱର: ପତ୍ନୀ ହତ୍ୟା ଅଭିଯୋଗରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦାଣ୍ଡ ଆଦେଶ। ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ବି କରାଯାଇଛି । ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଏପରି ଦଣ୍ଡବିଧାନ ଶୁଣାଇଛନ୍ତି ।

୧୯୯୫ ଅଗଷ୍ଟ ମାସ ୨୯ତାରିଖ   ଗଣେଶ ପୂଜା ଦିନ ରାମ ମୂର୍ତ୍ତିଙ୍କ ପତ୍ନୀ  ଶଶିରେଖାଙ୍କର  ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ  ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।  ତାଙ୍କର ଅଧାପୋଡା ମୃତ ଦେହ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା ।  ସେତେବେଳେ ସେ ଗର୍ଭବତୀ ଥିଲେ । ଏ ନେଇ ପ୍ରଥେମ ଏକ ୟୁଡି ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

ସେତେବେଳେ  ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଆତ୍ମହତ୍ୟା କରିଥିବା ପୋଲିସକୁ କହିଥିଲେ । ହେଲେ ତଦନ୍ତ ପରେ ବିଧାୟକ ପତ୍ନୀଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିଥିଲା । ପରେ ରାମମୂର୍ତ୍ତିଙ୍କ ବିରୋଧରେ ଖାରବେଳ ନଗର ଥାନାରେ  ହତ୍ୟା ମାମଲା ରୁଜୁ ହୋଇଥିଲା ।

୨୭ ବର୍ଷ ପରେ ଅର୍ଥାତ ଜୁନ ୨୪ ତାରିଖରେ  ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର କୋର୍ଟ ।  ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଭୁବନେଶ୍ୱର ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।  ଆଜି ଦଣ୍ଡବିଧାନ ଶୁଣାଣି କରିଥିଲେ କୋର୍ଟ । ସେହିପରି ୨୦୧ ଦଫା ଆଧାରରେ ତାଙ୍କୁ ୩ବର୍ଷ ଜେଲ ଓ ୧୦ ହଜାର ଜରିମାନା କରାଯାଇଛି ।

ସୂଚନାଥାଉ କି, ୧୯୯୫ ମସିହାରେ ଗମାଙ୍ଗ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୦୦ ନିର୍ବାଚନରେ ସେ ଗୁଣପୁରରୁ ୩୦ ହଜାର ଭୋଟରେ ଜିତିଥିଲେ ।

Leave A Reply

Your email address will not be published.