Latest Odisha News

BREAKING NEWS

ମାସ୍କ ଓ ସଚେତନତା ବାଂଟିଲେ ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା

ରାଉରକେଲା: ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା ଆଦିବାସୀ ଅଂଚଳର ପ୍ରତିଭାବାନ ଯୁବ ଖେଳାଳିଙ୍କୁ ମାସ୍କ ବାଂଟିବା ସହ କୋଭିଡ-୧୯ ମହାମାରୀଠାରୁ କିପରି ଦୂରେଇ ରହିହେବ ସେ ନେଇ ସେଚତନତାର ବାର୍ତା ଦେଇଛନ୍ତି । ସୁନ୍ଦରଗଡର ରାଜଗାଙ୍ଗପୁର ବ୍ଲକର ଗୋରିୟାମାଲ ଗ୍ରାମରେ ଥିବା ଗ୍ରାମସ୍ତରୀୟ ହକି କୋଚିଂ ସେଂଟରକୁ ସେ ବୁଲିବାକୁ ଯାଇଥିଲେ । ସୂଚନାଯୋଗ୍ୟ ଏହି ହକି ସେଂଟରକୁ ପୂର୍ବତନ ଆର୍ମି ସୁନୀଲ ଟିଗା ପରିଚାଳନା କରୁଛନ୍ତି ।

୨ ଦିନ ପୂର୍ବେ ଲାଜରୁସ ସେଠାକୁ ଯିବା ବେଳେ ପ୍ରଶିକ୍ଷଣ ନେଉଥିବା ଯୁବ ଖେଳାଳିମାନେ ମାସ୍କ ପିନ୍ଧି ନ ଥିଲେ । ଏହା ପରେ ସେ ସେଠାରୁ ଫେରି ମାସ୍କ କିଣି ପୁନର୍ବାର ଯାଇ ଏହାକୁ ବଂଟନ କରିଥିଲେ । କିପରି ହାତ ପରିସ୍କାର ରଖାଯିବ ଏବଂ ସାମାଜିକ ଦୂରତା ବଜାୟ ରଖାଯିବ ସେ ନେଇ ବୁଝାଇଥିଲେ ।

Leave A Reply

Your email address will not be published.