Latest Odisha News

ପୂର୍ବତନ ପାକିସ୍ତାନୀ ଲେଗସ୍ପିନର୍ ଅବଦୁଲ୍ କାଦିରଙ୍କ ପରଲୋକ

ଇସଲାମାବାଦ: ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ଲେଗ୍ ସ୍ପିନର୍ ତଥା ପୂର୍ବତନ ପାକିସ୍ତାନୀ ବୋଲର୍ ଅବଦୁଲ୍ କାଦିରଙ୍କ ୬୩ ବର୍ଷ ବୟସରେ ଶୁକ୍ରବାର ଦିନ ପରଲୋକ ହୋଇଛି ।

ଏହି ମହାନ ପାକିସ୍ତାନୀ ସ୍ପିନର୍ ପାକିସ୍ତାନ ପକ୍ଷରୁ ୧୯୭୭ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ ଖେଳି ୧୯୯୩ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ପାକିସ୍ତାନ ଲାଗି ସ୍ୱର୍ଗତଃ କାଦିର୍ ୬୭ଟି ଟେଷ୍ଟ, ୧୦୪ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

ମହାନ ପାକିସ୍ତାନୀ ସ୍ପିନର୍ ଅବଦୁଲ୍ କାଦିର୍ ତାଙ୍କର ଭିନ୍ନ ଧରଣର ବୋଲିଂ ଆକସନ୍ ଲାଗି ପ୍ରଥମେ ବିଶ୍ୱ କ୍ରିକେଟରେ ଚର୍ଚ୍ଚିତ ହୋଇପଡ଼ିଥିଲେ । ସେ ଟେଷ୍ଟ କ୍ରିକେଟରେ ୨୩୬ଟି ୱିକେଟ, ଦିନିକିଆରେ ୧୩୨ଟି ୱିକେଟ ହାସଲ କରିପାରିଛନ୍ତି ।

ସେ ପାକିସ୍ତାନ ଦଳର ଅଧିନାୟକ ଭାବେ ଅନେକ ବର୍ଷ ଧରି ଦଳକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିପାରିଥିଲେ । ଅବସର ନେବା ପରେ କାଦିର୍ ପାକିସ୍ତାନୀ କ୍ରିକେଟ ବୋର୍ଡ଼ର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Comments are closed.