Latest Odisha News

BREAKING NEWS

ପରଲୋକରେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ମାଇକେଲ କିଣ୍ଡୋ

ରାଉରକେଲା: ଭାରତୀୟ ହକି ତାରକା ମାଇକେଲ କିଣ୍ଡୋଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଛି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।

୧୯୭୨ ଅଲିମ୍ପିକରେ ଭାରତୀୟ ହକି ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ ସେ । ୧୯୭୫ରେ ହକି ବିଶ୍ୱକପ୍ ଭାରତ ଜିତିଥିବା ବେଳେ ଦଳରେ ଥିଲେ ସେ । ପ୍ରଥମ ତିନିଟି ହକି ବିଶ୍ୱକପରେ ସେ ଲଗାତାର ଭାରତୀୟ ଦଳ ପାଇଁ ଖେଳିଥିଲେ । ହକି ପାଇଁ ତାଙ୍କ ଅବଦାନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଥିଲା ।

୧୯୪୭ ମସିହା ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ମାଇକେଲ୍ । ପିଲାଟି ଦିନରୁ ତାଙ୍କର ହକି ପ୍ରତି ଦୁର୍ବଳତା ଥିଲା ।
ତାଙ୍କ ପରଲୋକରେ ବହୁ ଖେଳାଳି ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.