Latest Odisha News

୨୫୦ ତଳକୁ ଖସିଲା ଭୁବନେଶ୍ୱରରେ କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୩୪ରେ ପହଞ୍ଚିଛି।

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଲୋକାଲ୍ ମାମଲା ରହିଛି। ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩୯।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ୨୪୪ ରହିଥିବା ବେଳେ ୩୧ ହଜାର ୧୨୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୪୦ରେ ପହଞ୍ଚିଛି।

Leave A Reply

Your email address will not be published.