Latest Odisha News

BREAKING NEWS

ଜାଣନ୍ତୁ ରିଷି କପୁରଙ୍କ ଫିଲ୍ମ ‘ବବି’ ଏବଂ ପୂର୍ବତନ ପିଏମ୍‌ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କଣ ରହିଛି ଖାସ୍‌ କନେକ୍‌ସନ

ନୂଆଦିଲ୍ଲୀ: ଆଜି ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରିଛି। ପ୍ରାୟ ୨ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରିବା ପରେ ୩୦ ଏପ୍ରିଲରେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ରୋମାଣ୍ଟିକ ଚଳଚ୍ଚିତ୍ର ବିଷୟରେ ଏକ ରୋଚକ କାହାଣୀ ଐତିହାସିକ ରାମଚନ୍ଦ୍ର ଗୁହା ତାଙ୍କ ପୁସ୍ତକ ‘ଇଣ୍ଡିଆ ଆଫଟର୍‌ ଗାନ୍ଧୀ’ରେ ଉଲ୍ଲେଖ କରିଛନ୍ତି।

ବାସ୍ତବରେ ରାମଚନ୍ଦ୍ର ଗୁହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ବିଷୟରେ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକର ନାମ ହେଉଛି ‘ଇଣ୍ଡିଆ ଆଫଟର୍‌ ଗାନ୍ଧୀ’। ରାମଚନ୍ଦ୍ର ଗୁହା ତାଙ୍କ କାହାଣୀରେ ରିଷି କପୁରଙ୍କ ଚଳଚ୍ଚିତ୍ର ‘ବବି’ ଏବଂ ଇନ୍ଦିରା ଗାନ୍ଧୀଙ୍କ ସଂଯୋଗ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।

ସେହିଭଳି ଯେତେବେଳେ ଗତ ବର୍ଷ କରୋନା ଭାଇରସ୍‌ରୁ ଅଶ୍ବସ୍ତି ପାଇଁ ଏବଂ ଲୋକଙ୍କ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ‘ରାମାୟଣ’ ଏବଂ ‘ମହାଭାରତ’ ପୁଣି ଥରେ ଆରମ୍ଭ ହୋଇଥିଲା। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ରିଷି କପୁରଙ୍କ ଫିଲ୍ମ ‘ବବି’କୁ ଦୂରଦର୍ଶନରେ ପ୍ରସାରଣ କରିଥିଲେ।

ଏହାକୁ ନେଇ ସେ କହିଥିଲେ ଯେ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ନେତାଙ୍କ ଏକ ସମାବେଶରେ ଲୋକଙ୍କ ଭିଡ଼କୁ ଅଟକାଇବାକୁ ଚାହୁଁଥିଲେ। ଯେଉଁଥିପାଇଁ ସେ ଏପରି କରିଥିଲେ। ଏହା ଦ୍ୱାରା, ରିଷି କପୁରଙ୍କ ଫିଲ୍ମ ‘ବବି’ ସହିତ ତାଙ୍କର ପ୍ରଭାବ ଅନୁମାନ କରାଯାଇପାରେ।

Comments are closed.