ନୂଆଦିଲ୍ଲୀ : ହସପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ସୁସ୍ଥ ହେବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଅକ୍ଟୋବର ୧୩ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମନମୋହନ ସିଂହ । ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା । ଆଉ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଅସୁସ୍ଥ ଅନୁଭବ କରିବାରୁ ମନମୋହନ ସିଂହ ଚଳିତ ମାସ ପ୍ରଥମ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହସପିଟାଲ ଯାଇ ଭେଟିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଥିଲେ । ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ମନମୋହନ ସିଂହ ।
Comments are closed.