Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମନମୋହନଙ୍କ କୋଭିଡ୍ ରିପୋର୍ଟ ପିଜିଟିଭ୍ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ୮୮ ବର୍ଷିଅ ମନମୋହନ ସିଂହ କରୋନା ଟିକାର ୨ଟି ଯାକ ଡୋଜ୍ ନେବା ପରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲଥିବା ବେଳେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୫ ହଜାରରୁ ଅଧିକ ସଂକ୍ରମଣ ମାମଲା ଆସିଛି । ସେହିଭଳି ଦିଲ୍ଲୀରେ ରବିବାର କରୋନାର ୨୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.