Latest Odisha News

BREAKING NEWS

ତୃଣମୂଳ କଂଗ୍ରେସରେ ଆଜି ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ !

କୋଲକାତା: ତୃଣମୂଳ କଂଗ୍ରେସରେ ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ । ଆଜି ସେ ଟିଏମସିରେ ଯୋଗ ଦେଇ ପାରନ୍ତି । ନିକଟରେ ସେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ ଅଭିଜିତ ବାନାର୍ଜୀ ।

ଗତ କିଛି ଦିନ ହେବ ମମତା ବାନାର୍ଜୀଙ୍କ ପାଇଁ ସୋସିଆଲ୍ ମିଡିଆରେ ଅଭିଜିତ ଆଡଭୋକେଟ୍ କରିବା ଭଳ ପୋଷ୍ଟ କରୁଥିଲେ । ଏଥିରୁ ସେ ଟିଏମସି ପ୍ରତି ମନ ବଦଳାଇଥିବା ଚର୍ଚ୍ଚା ହେଉଥିଲା । ମିଥ୍ୟା ଟିକାକରଣ ନେଇ ଦିଦିଙ୍କୁ ସମାଲୋଚନା ଉପରେ ନିଜ ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଟାର୍ଗେଟ କରିଥିଲେ ।

ଆଜି କୋଲକାତାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଟିଏମସିରେ ଅଭିଜିତ ମୁଖାର୍ଜୀ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । ଅଭିଜିତଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସରେ ଅଛନ୍ତି ।

Leave A Reply

Your email address will not be published.