Latest Odisha News

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ମହିଳାଙ୍କ ଦୃଷ୍ଟିଶକ୍ତି

ୱାଶିମ୍: ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି।

ଅନେକ ସ୍ଥାନରେ ଟିକାକରଣକୁ ନେଇ ସକରାତ୍ମ ଫଳାଫଳ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଟିକା ଯୋଗୁ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବା ଖବର ମଧ୍ୟ ଜାଣିବ‌ାକୁ ମିଳିଛି।

ତେବେ ଏହା ଭିତରେ ଏକ ଆଶ୍ଚର୍ଯ୍ୟଗନକ ଘଟଣା ଦେଖିବାକୁ ମିଳିଛି। ଟିକା ନେଲା ‌ପରେ ଫେରିଆସିଛି ଦୃଷ୍ଟିଶକ୍ତି। ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ୱାଶିମରେ। ଜଣେ ମହିଳା କରୋନା ଟିକା ନେବା ପରେ ପୁନର୍ବାର ଦୃଷ୍ଟି ଶକ୍ତି ଫେରି ପାଇଥିବା କୁହାଯାଉଛି।

ୱାଶିମ୍ ଜିଲ୍ଲାର ବେଣ୍ଡରୱାଡିର ଜଣେ ୭୦ ବର୍ଷ ବୟସ୍କା ମହିଳା ମଥୁରାବାଇ ବିଦ୍‌ଭେ ଗତ ନଅ ବର୍ଷ ଦୃଷ୍ଟିଶକ୍ତି ହରାଇସାରିଥିଲେ। ମୋତିଆବିନ୍ଦୁ ହେବା ପରେ ମହିଳା ଜଣକ ଉଭୟ ଆଖିର ଦୃଷ୍ଟିଶକ୍ତି ହରାଇଦେଇଥିଲେ।ମଥୁରବାଇ ଜଲନା ଜିଲ୍ଲାର ମୂଳ ବାସିନ୍ଦା।

ମଥୁରାବାଇ ଜୁନ୍ ୨୬ ରେ କୋଭିଶିଲ୍ଡ ଟିକା ର ପ୍ରଥମ ମାତ୍ରା ନେଇଥିଲେ। ସେ ଦାବି କରିଛନ୍ତି ଯେ ଗୋଟିଏ ଆଖିରୁ ସେ ୩୦ ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଲାଭ କରିଛନ୍ତି। ଟିକା ନେବାର ଗୋଟିଏ ଦିନ ପରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।

Leave A Reply

Your email address will not be published.