Latest Odisha News

BREAKING NEWS

ପୁରୀ ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫.୧୦ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ସ୍ଥିତ ରାଜଭବନରେ ପହଞ୍ଚିବେ । ପରେ ସେଠାରେ କିଛି ସମୟ ବିଶ୍ରାମ କରି ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।

ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବାସହ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିବେ।  ସଂଧ୍ୟା ୬.୩୦ ମିନିଟରେ ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରି ପୁର୍ନବାର ରାଜଭବନ ଅଭିମୁଖେ ବାହାରି ୭.୧୫ ସମୟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ରାମନାଥ କୋବିନ୍ଦଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ ଓ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ବୋଲି କହିଛନ୍ତି ଏସପି ବିଶାଲ୍ ସିଂହ ।

 

 

Leave A Reply

Your email address will not be published.