Latest Odisha News

BREAKING NEWS

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଚିତାଳୋ ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ତଥା ବର୍ତ୍ତମାନର ଓଡ଼ିଆ ଭାଷା ଅଧ୍ୟାପକ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପରିଚାଳନା ପରିଷଦର ପୂର୍ବତନ ସଭାପତି ବଦ୍ରି ନାରାୟଣ ରାୟଙ୍କୁ ୩୨,୦୭,୬୨୦ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗ ମାମଲାରେ ଭିଜିଲାନ୍ସ ଗିରଫ କରିଛି।

ତେବେ ଏହି ଅର୍ଥ ରାଶି କଲେଜରେ ବାଳିକା ମାନଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ପାଇଁ ଆସିଥିବା ନେଇ ଜଣାପଡ଼ିଛି। ମହିଳାମାନଙ୍କୁ ଏହି ଆତ୍ମରକ୍ଷା ପଦକ୍ଷେପ ମାଧ୍ୟମରେ ସଶକ୍ତ କରିବା ପାଇଁ ଆବଣ୍ଟିତ ପାଣ୍ଠିକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯାଇଥିବାରୁ ଉଭୟଙ୍କୁ ଗିରଫ କରାଯାଇଥିବା ଅଧିକାରୀମାନେ କହିଛନ୍ତି।

ଉଭୟଙ୍କ ବିରୁଦ୍ଧରେ ୩୧ ଡିସେମ୍ବର ୨୦୨୫ରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହିତ ୧୩(୧)(କ) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୪୦୯ ଏବଂ ୧୨୦(ଖ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

ତେବେ ଉଭୟଙ୍କୁ କୋର୍ଟରେ ହାଜର କରାଯିବା ସହ ଆର୍ଥିକ ଅନିୟମିତତାକୁ ନେଇ ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି।

 

Leave A Reply

Your email address will not be published.