Latest Odisha News

BREAKING NEWS

ନିଜକୁ ଗୁଳି କଲେ ପୂର୍ବତନ ଆଇଜି, ସୁଇସାଇଡ ନୋଟରୁ ମିଳିଲା ଆଶ୍ଚର୍ଯ୍ୟଜନକ ଖବର..

ଚଣ୍ଡିଗଡ: ପଞ୍ଜାବ ପୋଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲ ନିଜକୁ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପଞ୍ଜାବର ପଟିଆଲାରେ ତାଙ୍କ ଘରେ ସେ ନିଜକୁ ଗୁଳି କରିଛନ୍ତି । ପରିବାର ଲୋକେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ପଟିଆଲାର ପାର୍କ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯେଉଁଠାରେ ଡାକ୍ତରଙ୍କ ଏକ ଦଳ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି ।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପରିବାର ସଦସ୍ୟମାନେ କହିଛନ୍ତି ଯେ ଅମର ସିଂହ ଚହଲ ନିଜକୁ ଗୁଳି କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

ଅନ୍ୟପଟେ ଘଟଣାସ୍ଥଳରୁ ପୋଲିସ ଏକ ୧୨ ପୃଷ୍ଠାର ସୁଇସାଇଡ ନୋଟ୍ ଜବତ କରିଛି । ଚହଲ ଆର୍ଥିକ କ୍ଷେତ୍ରରେ ଗୁରୁତର ଭାବେ କ୍ଷତି ସହିଥିବା ଉକ୍ତ ଲେଖାରୁ ଜଣାପଡ଼ିଛି । ଅନଲାଇନ ଠକେଇ ଯୋଗୁ ଆର୍ଥିକ କ୍ଷତି କାରଣରୁ ସେ ମାନସିକ ସ୍ତରରେ ଅସହାୟ ହୋଇପଡ଼ିଥିବା ସ୍ପଷ୍ଟ ଉଲ୍ଲେଖ ହୋଇଛି ।

ଅମର ସିଂହ ଚହଲଙ୍କ ପରିବାର ସଦସ୍ୟମାନେ କହିଛନ୍ତି ଯେ ସେ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି, ତାଙ୍କଠାରୁ ୮ କୋଟି ଠକେଇ ହୋଇଛି । ସେ ତାଙ୍କ ୧୨ ପୃଷ୍ଠାର ସୁଇସାଇଡ ନୋଟରେ ଏହା ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି । ସେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଏ ବିଷୟରେ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ମାମଲାର ସମସ୍ତ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି ଏବଂ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯିବ ।

 

<iframe width=”560″ height=”315″ src=”https://www.youtube.com/embed/jXdx75bboGQ?si=yzjryqzyH4V-9DaW” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.