Latest Odisha News

BREAKING NEWS

ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡାଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଷ୍ଣବ ପରିଡ଼ାଙ୍କର ଆଜି ସକାଳେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି ।

ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

“ବୈଷ୍ଣବ ସେ ଦୀର୍ଘ ଦିନ ହେବ ଲାଇଫୋମା ରୋଗରେ ପ୍ରାୟ ୧ବର୍ଷ ଧରି ପୀଡିତ ଥିଲେ, ଏଥିସହିତ ସେ ଗତ ୧୦ଦିନ ଧରି ଆମ୍ରିି ହସ୍ପିଟାଲରେ ଚିକିତ୍ସିତ ହେଉଥିଲାବେଳେ ଆଜି ପୂର୍ବାହ୍ନ ୧୦ଟା ୪୫ମି. ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି” ବୋଲି କହିଛନ୍ତି ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା ଡାକ୍ତର ସଞ୍ଜୟ ସିଂହ ରାୟ ।

ସେ ୧୯୪୧ ମସିହା ଫେବ୍ରୁଆରି ମାସ ୧୫ ତାରିଖରେ ଯାଜପୁର ନିକଟସ୍ଥ ଶ୍ରୀରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଭାଷା ସାହିତ୍ୟ ଆନ୍ଦୋଳନର ମୁଖ୍ୟ ଭାବେ ସେ ଓଡ଼ିଆ ଭାଷାର ବିକାଶ ଏବଂ ପ୍ରଚଳନକୁ ସାର୍ବଜନୀନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୯୬୦ ମସିହାରୁ ୧୯୯୨ ମସିହା ଏକଦୀର୍ଘ ସମୟ ଧରି ଜଣେ ବାମପନ୍ଥୀ ନେତା ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।

ସେ ଆହୁରି ମଧ୍ୟ ୧୯୯୩ ମସିହାରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ୧୯୯୮ ମସିହାରେ ଶ୍ରୀ ପରିଡ଼ା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇ ବିଜେଡି ଦଳରୁ ସାଂସଦଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ବୈଷ୍ଣବ ପରିଡା ୨୦୧୦ ମସିହାରୁ ୨୦୧୬ ମସିହା ଯାଏଁ ରାଜ୍ୟସଭା ସଦସ୍ୟ ଭାବେ ରହିଥିଲେ ।

Leave A Reply

Your email address will not be published.