ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ ।
ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ ରାଉରକେଲା ଆଇଜିଏଚରୁ ଅବସର ନେବା ପରେ ଭୁବନେଶ୍ୱରରେ ରହୁଥିଲେ । ଭୁବନେଶ୍ୱରରେ ମଧ୍ୟ ଅନେକ ଘରୋଇ ଡାକ୍ତରଖାନାରେ ସେ କାମ କରୁଥିଲେ ।
ସ୍ୱର୍ଗତ ଶତପଥୀ ଜଣେ ଅଲ ରାଉଣ୍ଡର । ସେ ତାଙ୍କ କ୍ୟାରିଅରରେ ୧୯୬୫-୬୬ରୁ ୧୯୭୫-୭୬ ମଧ୍ୟରେ ୨୩ ଫାଷ୍ଟ କ୍ଲାସ ମ୍ୟାଚ ଖେଳିବା ସହ ୱେଷ୍ଟ ଇଣ୍ଡିଜ ଏବଂ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଖେଳିଛନ୍ତି ।
ଏହା ବ୍ୟତୀତ ସେ ଜଣେ ଭଲ ଗାଳ୍ପିକ ମଧ୍ୟ । ସେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକାଥିକ କ୍ଷୁଦ୍ରଗଳ୍ପ ଲେଖିଛନ୍ତି ।
Comments are closed.