Latest Odisha News

BREAKING NEWS

ରୋଷେଇ କରିବା ବେଳେ ଲିକ୍‌ କଲା ଗ୍ୟାସ, ଫାଟିଗଲା ଘର ଛାତ

ସୁବର୍ଣ୍ଣପୁର : ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ ହୋଇ ଜଳିଗଲା ସବୁକିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି ।

ସୁଚନା ଅନୁଯାୟୀ, ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରେ ଥିବା ଫ୍ରିଜ୍, ଗ୍ରାଇଣ୍ଡର ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଗ୍ୟାସ ନିଆଁରେ ଘର ଛାତ ମଧ୍ୟ ଫାଟି ଯାଇଛି । ସୌଭାଗ୍ୟ ବଶତଃ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଖବର ପାଇ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.