Latest Odisha News

BREAKING NEWS

ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୯୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ ।

ଏସ. ଭେଙ୍କଟରମନନ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଥିଲେ। ଡିସେମ୍ବର ୧୯୯୦ ରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କରାଯାଇଥିଲା । ସେ ଡିସେମ୍ବର ୧୯୯୨ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ମଧ୍ୟରେ ଦେଶ କ୍ରମାଗତ ସଙ୍କଟର ସମ୍ମୁଖୀନ ହୋଇଥିଲା । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହିଁ ବାଲାନ୍ସ ଅଫ୍ ପେମେଣ୍ଟ(BOP) ଟ୍ରାନ୍ସଫର ସଙ୍କଟ ସାମ୍ନାକୁ ଆସିଥିଲା, ଯାହାକୁ ମୁଦ୍ରା ସଙ୍କଟ ମଧ୍ୟ କୁହାଯାଏ । ଦେଶକୁ BOP ସଙ୍କଟରୁ ମୁକ୍ତ କରିବାରେ ଏସ. ଭେଙ୍କଟରମନନ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ |

ପୂର୍ବରୁ ସେ ୧୯୮୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଦେଶର ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ । ୧୯୩୧ ମସିହା ଡିସେମ୍ବର ମାସ ୨୧ ତାରିଖରେ କେରଳର ତ୍ରାବଣକୋରରେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କର୍ଣ୍ଣାଟକ ସରକାରଙ୍କ ପରାମର୍ଶଦାତା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ ।

Leave A Reply

Your email address will not be published.