Latest Odisha News

ନୂଆ ଅଧ୍ୟାୟ ଆରମ୍ଭ କରିବେ ଗାଙ୍ଗୁଲି, ପଶ୍ଚିମବଙ୍ଗରେ ଖୋଲିବେ ଷ୍ଟିଲ୍ ପ୍ଲାଣ୍ଟ

କୋଲକାତା: ନୂଆ ଅଧ୍ୟାୟ ଆରମ୍ଭ କରିବେ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ପଶ୍ଚିମବଙ୍ଗର ସାଲବୋନି, ପଶ୍ଚିମ ମେଦିନୀପୁରରେ ଏକ ଇସ୍ପାତ କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି ଗାଙ୍ଗୁଲି ।

ମାମ୍ରିଡରେ ବେଙ୍ଗଲ ଗ୍ଲୋବାଲ ବିଜନେସ ମିଟିଙ୍ଗରେ ଯୋଗ ଦେଇ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ଯୋଗ ଦେବାକୁ ଘୋଷଣା କରିଛନ୍ତି । ସେ ଏକ ଇସ୍ପାତ କାରଖାନା ଖୋଲିବା ନେଇ ସୂଚନା ଦେଇଛନ୍ତି । ଆସନ୍ତା ୬ରୁ ୧୨ ମଧ୍ୟରେ କାମ ଶେଷ ହେବ ବୋଲି କହିଛନ୍ତି । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ସାଲବୋନିରେ ଏହି କାରଖାନା ଖୋଲିବାକୁ ଯାଉଛନ୍ତି । ୨୦୦୭ ମସିହାରୁ ଏକ ଛୋଟ ଇସ୍ପାତ କାରଖାନା ଚଳାଉଥିଲେ ବୋଲି କହିଛନ୍ତି ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହଯୋଗ ପାଇଁ ଏହା ଗଢ଼ି ଉଠିଥିବା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଗାଙ୍ଗୁଲି ।

ତେବେ ଦୁର୍ଗାପୁର ଏବଂ ପାଟନା ପରେ ସେ କାହିଁକି ତୃତୀୟ କାରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ ସେ ବିଷୟରେ ମଧ୍ୟ ସ୍ପଷ୍ଟିକରଣ ରଖିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, “ଏହି ସମୟରେ ପଶ୍ଚିମବଙ୍ଗର ରାଜନୈତିକ ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି । କେବଳ ଏତିକି ନୁହେଁ, ବଙ୍ଗଳାର ଶାସନ ବ୍ୟବସ୍ଥାରେ ସରକାର ଶିଳ୍ପକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଜମି ବ୍ୟବହାର ନୀତି ଏବଂ ଜମି ମାନଚିତ୍ର ମଧ୍ୟ ରହିଛି । ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ଗାଙ୍ଗୁଲି କହିଛନ୍ତି ଯେ, ଏହି ସରକାର କେବଳ ପ୍ରତିଶ୍ରୁତି ଦେଇନାହାଁନ୍ତି ବରଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶୀଘ୍ର ପଦକ୍ଷେପ ମଧ୍ୟ ନେଉଛନ୍ତି। ସେ ବିଦେଶୀ ନିବେଶକମାନଙ୍କୁ ବେଙ୍ଗଲରେ ବିନିଯୋଗ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.