Latest Odisha News

BREAKING NEWS

ଗୋଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ମୁସ୍ତାଫା ଅଲ କାଧେମୀ ହେଲେ ଇରାକର ପ୍ରଧାନମନ୍ତ୍ରୀ

ବାଗଦାଦ: ଇରାକ ଗୋଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ମୁସ୍ତାଫା ଅଲ କାଧେମୀଙ୍କୁ ଇରାକର ନୂତନ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ସେ ଗୁରୁବାର ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏଥିସହ ଇରାକରେ ୫ ମାସ ଧରି ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି । ୨୦୦୩ ପରଠାରୁ ସେ ଷଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଅଦିଲ ଅବଦେଲ ମହାଦୀ ଇସ୍ତଫା ଦେବା ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଓ ତେଲର ଦର ହ୍ରାସ ଯାଗୁ ଇରାକ ଅର୍ଥନୈତିକ ପରିସ୍ଥିତି ଖରାପ ରହିଛି । ଏଥିରୁ ସେ କିଭଳି ମୁକୁଳାଉଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.