କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ତାଙ୍କ କାରରେ ଯାଉଥିବା ବେଳେ ଏହା ଆଉ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କ ସହ ସେହି କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଡାକ୍ତରଙ୍କ ମତରେ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି । ଚିନ୍ତା କରିବା କୌଣସି କାରଣ ନାହିଁ ବୋଲି ଅନୁରାଧାପୁର ଟିଚିଂ ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ଥିରିମାନେ ନ୍ୟୁୟର୍କ ଷ୍ଟ୍ରାଇକର୍ସ ପକ୍ଷରୁ ଲିଜେଣ୍ଡସ କ୍ରିକେଟ ଖେଳିବାକୁ ଯାଇଥିଲେ ।
ଥିରିମାନେ ଶ୍ରୀଲଙ୍କା ପକ୍ଷରୁ ୪୪ ଟେଷ୍ଟ, ୧୨୭ ଦିନିକିଆ ଓ ୨୬ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ୩ଟି ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ପକ୍ଷରୁ ଖେଳିଛନ୍ତି । ୨୦୧୪ ଚାମ୍ପିୟନ ଟିମର ମଧ୍ୟ ଅଂଶବିଶେଷ ଥିଲେ । ସେ ୨୦୨୩ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
Comments are closed.