Latest Odisha News

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା: ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ, ଭୋଟ ବି ଦେଇ ପାରିବେନି

ୱାଶିଂଟନ:ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ । ହେଲେ ତା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ।  କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ କାର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟ ଅନୁସାରେ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ କରିଛନ୍ତି । ସେତିକି ନୁହେଁ, କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ ଦେବା ପାଇଁ ମଧ୍ୟ ଅଯୋଗ୍ୟ ଘୋଷିତ କରିଥିଲା । ଏବେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନା ଲଢି ପାରିବେ ନା ଭୋଟ ଦେଇ ପାରିବେ ।

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ସମ୍ବିଧାନର ୧୪ତମ ସଂଶୋଧନ ଧାରା ୩ର ଉପଯୋଗ କରି ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଆମେରିକାର କୋଲୋରାଡୋ କୋର୍ଟ ଟ୍ରମ୍ପଙ୍କ ବିରୋଧରେ ୪-୩ରେ ଏହି ରାୟ ଘୋଷଣା କରିଥିଲେ । ଏଠି କହି ରଖିବୁ, ଟ୍ରମ୍ପଙ୍କ ବିରୋଧରେ ଏହି ନିଷ୍ପତ୍ତି ଯେଉଁ କୋର୍ଟ ଶୁଣାଇଛନ୍ତି, ସେଠିକାର ସମସ୍ତ ବିଚାରପତିଙ୍କ ନିଯୁକ୍ତି ଡେମୋକ୍ରାଟିକ ଗଭର୍ଣ୍ଣର୍ସ କରିଛନ୍ତି । ଯାହା ବି ହେଉ, ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିପାରନ୍ତି ।

ସୂଚନାଥାଉ କି, ୨୦୨୦ ନିର୍ବାଚନରେ ଟ୍ରମ୍ପ ହାରି ଯାଇଥିଲେ । ଏହାପରେ ୨୦୨୧ ଜାନୁଆରୀ ୬ ତାରିଖରେ ଆମେରିକା ସଂସଦ ଅର୍ଥାତ କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣ ପାଇଁ ତାଙ୍କ ସମର୍ଥକଙ୍କୁ ହିଂସା ପାଇଁ ଟ୍ରମ୍ପ ଉସକାଇଥିଲେ ।

Comments are closed.