Latest Odisha News

BREAKING NEWS

ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁସର ପଂଚାୟତ ଓରଡା ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଳେ ସୁଜାତା ନାୟକ । ତାଙ୍କ ବୟସ ୨୦ ବର୍ଷ । ସେ ଭୀମପୁର ଗାଁର ବାସିନ୍ଦା । ଯୁବତୀ ଜଣକ କିଶୋରନଗର କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି ।

ସୂଚନା ମୁତାବକ, ଆଜି ସକାଳୁ ଓରଡା ନାଳରେ ସୁଜାତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ କିଆକଟା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛି । ତେବେ ସୂଜାତାଙ୍କ ବେକରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କ ଧାରୁଆ ଅସ୍ତ୍ରରେ କଟା ଯାଇଛି । ତେଣୁ ତାଙ୍କୁ କେହି ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରିଥାଇପାରନ୍ତି ବୋଲି ପୋଳିସ ସନ୍ଦେହ କରୁଛି ।

Leave A Reply

Your email address will not be published.