Latest Odisha News

ଆକ୍ସିସ ମାଇ ଇଣ୍ଡିଆ ରିପୋର୍ଟ ପ୍ରତିଷ୍ଠାତା କହିଲେ ବିଜେଡି କେଉଁ ଦୁଇଟି ଲୋକସଭା ଆସନରେ ଜିତିବ?

ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ଯେ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି। ଭୋଟ୍ ପ୍ରତିଶତ ହିସାବରେ ବିଜେପିକୁ ୫୧ ପ୍ରତିଶତ, ବିଜେଡିକୁ ୩୩ ପ୍ରତିଶତ ଓ କଂଗ୍ରେସକୁ ୧୩ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି।

ବିଜେଡି ଏହି ରିପୋର୍ଟ ସତ ହେବ ନାହିଁ ବୋଲି କହିଛି। କିନ୍ତୁ ଇଣ୍ଡିଆ ଟୁଡେର ଲାଇଭ କାର୍ଯ୍ୟକ୍ରମରେ ଆକ୍ସିସ ମାଇ ଇଣ୍ଡିଆର ପ୍ରତିଷ୍ଠାତା ପ୍ରଦୀପ ଗୁପ୍ତା କହିଛନ୍ତି, ବିଜେଡି ଆସ୍କା ଲୋକସଭା ଆସନ ଜିତିବ। ଅନ୍ୟ ଗୋଟିଏ ଆସନ କେନ୍ଦ୍ରାପଡା କିମ୍ବା କନ୍ଧମାଳ ହୋଇପାରେ ବୋଲି ସେ କହିଛନ୍ତି।

ଏଥର ୨୧ଟି ଲୋକସଭା ଆସନରୁ ବିଜେଡି ୧୫ଟି ଆସନରେ ବିଜୟୀ ହେବ ବୋଲି ନବୀନ ପଟ୍ଟନାୟକଙ୍କ ସହଯୋଗୀ ଭିକେ ପାଣ୍ଡିଆନ ଦାବି କରିଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ୨୦ଟି ଆସନ ବିଜେଡି ଜିତିଥିବା ବେଳେ ୨୦୧୯ରେ ବିଜେଡି ୧୨ଟି ଆସନକୁ ଖସି ଆସିଥିଲା। ଅନ୍ୟପକ୍ଷରେ ୨୦୧୯ରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୮ ଓ ଗୋଟିଏ ଆସନରେ ବିଜୟୀ ହୋଇଥିଲେ।

ସତ ହେଲା ଅରୁଣାଚଳ ପ୍ରଦେଶ ଏବଂ ସିକିମ୍ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ!

Comments are closed.