Latest Odisha News

BREAKING NEWS

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ସଦର ଥାନା ବୁଢ଼ାଘାଟ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ଆଜି ଆଉ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଆଜିର ଗିରଫ ପରେ,  ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ଜାଣିବାକୁ ମିଳିଛି।

ସୂଚନା ଯୋଗ୍ୟ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ବିରଜା ହାଟକୁ ବିରୋଧରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଉଭୟ ଯାଜପୁର ଟାଉନ ଥାନା ଏବଂ ସଦର ଥାନାରେ ମୋଟ ୧୬ଗୋଟି ମାମଲା ରୁଜୁ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହି ଘଟଣାରେ ମୋଟ ୧୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲାରେ ୨୮ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ଗତକାଲି ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ପକ୍ଷରେ ଏହି ଘଟଣାରେ ସଂପୃକ୍ତ  ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେଣ୍ଟ୍ରାଲ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି।

 

Comments are closed.