ଭୁବନେଶ୍ୱର: ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୂଚନାଯୋଗ୍ୟ,ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ଡୁମୁଡୁମା ଅନ୍ତର୍ଗତ ହାଉସିଂବୋର୍ଡ ଛକ ନିକଟରେ ଥିବା ପରିତ୍ୟକ୍ତ ଘରେ ଅତର୍କିତ ଚଢଉ କଲା ପୋଲିସ।
ଏହାସହ ବେଆଇନ ବିଦେଶୀ ମଦକୁ ହେପାଜତରେ ରଖି ସର୍ବସାଧାରଣରେ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତଲାସି ସମୟରେ ପୋଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ପର୍ଯ୍ୟାୟ କ୍ରମେ ସମୁଦାୟ ୪୬.୯୭ ଲିଟର ବିଦେଶୀମଦ ଜବତ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଏହି ବିଦେଶୀମଦ ବିକ୍ରୟ ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା ସ୍ଵୀକାର କରିଥିଲେ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରଖିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
Comments are closed.