Latest Odisha News

BREAKING NEWS

ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା

ବ୍ରହ୍ମପୁର : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ମହାମାରୀ ସ୍ଥିତି ସାଂଘାତିକ ହେଉଥିବା ବେଳେ, କଟକଣା ଲଗାଇଛନ୍ତି ସରକାର । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବ୍ରହ୍ମପୁର ମହାନଗର ନିଗମ । ଏହି ସାହିକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବା ସହ ବ୍ୟାରିକେଡ୍ କରାଯାଇଛି ।

ସହରର ହିଲପାଟଣା ପ୍ରଥମ ଲାଇନ୍ ଓ ତୃତୀୟ ଲାଇନ୍, ଗାନ୍ଧିନଗରର ପ୍ରଥମ ଲାଇନ୍, ଗୋଦାବରୀଶ ନଗରର ଚତୁର୍ଥ ଲାଇନ୍‌କୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ମହାନଗର ନିଗମ ପକ୍ଷରୁ କଟକଣା ଲାଗିବା ପରେ ଏହି ସାହିକୁ ସାଧାରଣ ଜନତାଙ୍କ ଯିବା ଆସିବାକୁ ବାରଣ କରାଯାଇଛି । ସେହିପରି ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।

Leave A Reply

Your email address will not be published.