Latest Odisha News

BREAKING NEWS

ପଞ୍ଜାବରେ ଲାଗୁ ହେଲା ଲକଡାଉନ୍

ପଞ୍ଜାବ : ଦେଶରେ ସାଂଘାତିକ ସ୍ଥିତିକୁ ଗଲାଣି କରୋନା ମହାମାରୀ । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଲୋକେ ବି ଭୟଭୀତ ହେଲେଣି । ଖାସକରି ଚିକିତ୍ସାରେ ଅକ୍ସିଜେନ୍ ଅଭାବ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଏପରିସ୍ଥିତିରେ ଦେଶର ଅନେକ ସ୍ଥାନରେ ଲାଗୁ ହେଲାଣି କଟକଣା । କର୍ଣ୍ଣାଟକରେ ଲକଡାଉନ ଘୋଷଣା ପରେ ଆଜି ପଞ୍ଜାବରେ ବି ଲାଗୁ ହୋଇଛି ଲକଡାଉନ୍ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ।

ପଞ୍ଜାବରେ କରୋନା ବିଗୁଡୁଥିବାରୁ ଲକଡାଉନ୍ ଲାଗୁ ହୋଇଛି । ପ୍ରତିଦିନ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଲକଡାଉନ୍ ଲାଗୁ ହେବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ଲାଗୁ ହୋଇଛି । ଏହି ସମୟରେ ସମସ୍ତେ ଘରେ ରୁହନ୍ତୁ ବୋଲି ନିବେଦନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.