ହରିୟାଣା: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଭାରତରେ ଏପରି ଗ୍ରାମ ରହିଛି ଯେଉଁଠି କୌଣସି ଲୋକ ବସବାସ କରନ୍ତି ନାହିଁ । ତାହା ପୁଣି ଗୋଟିଏ ନୁହେଁ ଚାରିଟି ଗାଁ । ସରକାରଙ୍କ ରାଜସ୍ୱ ବିଭାଗର ରେକର୍ଡରେ ଏହି ଚାରିଟି ଗାଁକୁ ବେ-ଚିରାଗ ଘୋଷିତ କରାଯାଇଛି ।
ଆଜିର ବ୍ୟସ୍ତବ୍ୟହୁଳ ଜୀବନରେ ଲୋକମାନେ ବାସ କରିବା ପାଇଁ ଭଲ ସ୍ଥାନଟିଏ ପାଇବା କଷ୍ଟକର । କିନ୍ତୁ ହରିୟାଣାର ସୋହନା ବ୍ଲକରେ ୪ ଟି ଗାଁ ଅଛି,ଯେଉଁଠି କେବଳ ଜମି ରହିଛି କିନ୍ତୁ ଜନସଂଖ୍ୟା ଶୂନ । ଏହା ଶୁଣିବା ଆପଣଙ୍କୁ ଖଟ୍କା ଲାଗିପାରେ । କିନ୍ତୁ ସତ । ଶହ ଶହ ବର୍ଷ ଧରି ଏହି ଗ୍ରାମଗୁଡିକରେ ଜନସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । ହଜାର ହଜାର ଏକର ଜମିରେ କେବଳ ଚାଷ କାର୍ଯ୍ୟ କରାଯାଉଛି । ରାଜସ୍ୱ ବିଭାଗର ରେକର୍ଡରେ ଏହି ଚାରିଟି ଗାଁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଏହାକୁ ବେ-ଚିରାଗ ଗ୍ରାମ ବୋଲି ଘୋଷଣା କରାଯାଇଛି ।
ଆଖପାଖ ଗାଁର ଲୋକମାନେ ଏହି ଚାଷ ଜମିରେ ଚାଷ କରିବାକୁ ଆସନ୍ତି । ସନ୍ଧ୍ୟା ହେଲେ ନିଜ ନିଜ ଗାଁକୁ ଫେରିଯାଆନ୍ତି ଲୋକେ । ଖୋବ୍ରି ଗାଁରେ ପ୍ରାୟ ୧୯୬ ହେକ୍ଟର ଜମି ଥିବା ବେଳେ ଜଲାଲପୁରରେ ୧୪୨ ହେକ୍ଟର ଜମି ଅଛି । ସେହିଭଳି, ରୋଜକାର ଗୁରୁଜାର ଏକ ପାହାଡ଼ିଆ ଅ ଞ୍ଚଳ ହୋଇଥିବାରୁ ଏଠାରେ ହଜାର ହଜାର ଏକର ଜମି ରହିଛି । ପୁଲୱାସରେ ୧୩୦ ହେକ୍ଟର ଜମି ରହିଛି ।
Comments are closed.