Latest Odisha News

BREAKING NEWS

ଏମର୍ଜିଂ ଏସିଆ କପ କ୍ରିକେଟ: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନ ଏ ବିପକ୍ଷରେ ଭାରତ ଏର ସହଜ ବିଜୟ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଭାରତ ଏ ୮ ୱିକେଟରେ ପାକିସ୍ତାନ ଏକୁ ପରାସ୍ତ କରିଛି । ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଥିବା ଭାରତ ସେମିଫାଇନାଲରେ ବାଂଲାଦେଶ ଏକୁ ଭେଟିବ । ୨୧ରେ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିରେ ପାକିସ୍ତାନ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମୁକାବିଲା ହେବ । ପାକିସ୍ତାନ ଏ ଦଳର ଅଧିନାୟକ ମହମ୍ମଦ ହ୍ୟାରିସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଦଳ ୪୮ ଓଭରରେ ୨୦୫ ରନ କରି ଅଲଆଉଟ ହୋଇ ଯାଇଥିଲା ।

ରାଜବର୍ଦ୍ଧନ ହେଗରଗେକର ୫ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ମାନବ ସୁତାର ୩ଟି ୱିକେଟ ନେଇଥିଲେ । ଜବାବରେ ଇଣ୍ଡିଆ ଏ ୩୬.୪ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସାଇ ସୁଦର୍ଶନ ୧୧୦ ବଲରେ ୧୦୪ ରନ କରି ନଟଆଉଟ ରହିଥିଲେ । ନିକ ଜୋସ ୫୩ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପାକିସ୍ତାନ ପକ୍ଷରୁ ମୁବାସିର ଖାଁ ଓ ମେହରାନ ମୁମତାଜ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.