Latest Odisha News

BREAKING NEWS

ବସରେ ଗଞ୍ଜେଇ ଖୋଜୁଥିଲା ପୋଲିସ, ପାଇଲା ପୂଳା ପୂଳା ଟଙ୍କା

କଟକ: ପୋଲିସକୁ ମିଳିଲା ସଫଳତା । ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୪ ପେଟି ଟଙ୍କା ଜବତ ସହ ଜଣେ ଅଟକ । କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି।

ଅଟକ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁକୁମାର ସାହୁ । ସେ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ିଛି । ଟଙ୍କା କଟକରୁ କୋଲକୋତା ବସ ଯୋଗେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ହୋଇଥିବା ଅନୁମାନ କରାଯାଉଛି । ଏନେଇ ଅଟକ ଥିବା ବ୍ୟକ୍ତି କଳାଧନ ବୋଲି ସ୍ୱୀକାର କରିଛି  ।

 

 

Leave A Reply

Your email address will not be published.