Latest Odisha News

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ରାଜଶ୍ରୀଙ୍କ ମୃତଦେହ

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦହେ ଉଦ୍ଧାର । ଗୁରୁଡି ଝାଟିଆ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ମୃତ ଦେହକୁ ଝୁଲନ୍ତ ଅବସ୍ଥା ଉଦ୍ଧାର କରିଛି ପୋଲିସ । ମୃତଦେହ ରାଜଶ୍ରୀଙ୍କର ବୋଲି ଚିହ୍ନଟ କରିଛି ମଙ୍ଗଳାବାଗ ପୋଲିସ ।ପୂର୍ବରୁ ଏହି ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିଥିଲା । ସେ ଗତ ୧୧ ତାରିଖରୁ ନିଖେଜ ଥିଲେ

ପୋଲିସର କହିବା ଅନୁଯାୟୀ, ରାଜଶ୍ରୀ ଆଠଗଡର ଏକ ହୋଟେଲରେ ରହୁଥିଲେ ।  ସେଠାରୁ ସେ ଗତ ୧୧ ତାରିଖରୁ ନିଖୋଜ ଥିଲେ । ସେ ନିଖୋଜ ଥିବା ନେଇ ମହିଳା ଦଳ କୋଚ ପୁଷ୍ପାଞ୍ଜଳି ବାନାର୍ଜୀ ମଙ୍ଗଳବାଗ ପାେଲିସ ଥାନାରେ ଏତଲା ଦେଇଥିଲେ ।

ଏଠି କହିରଖିବୁ, ୨୬ ବର୍ଷୀୟ ରାଜଶ୍ରୀ ଓଡ଼ିଶା ମହିଳା ସିନିୟର ଦଳ ପାଇଁ ଖେଳୁଥିଲେ । ସେ ଜଣେ ରାଇଟ ହାଣ୍ଡ ଫାଷ୍ଟ ମିଡିୟମ ବୋଲର ଥିଲେ । ସେ  ପୁଡୁଚେରୀ ଦିନିକିଆ ମ୍ୟାଚର ସମ୍ଭାବ୍ୟ ଖେଳାଳି ତାଲିକାରେ ରାଜଶ୍ରୀଙ୍କ ନାଁ ଥିଲା ।  ସେ କଟକ ଆସି ଆଠଗଡର ଏକ ହୋଟେଲରେ ଅନ୍ୟ ଖାଳାଳିଙ୍କ ସହ ରହୁଥିଲେ ।

୧୧ ତାରିଖ ଦିନ ସେ ହୋଟେଲରୁ ବାହାରି ପ୍ରଶିକ୍ଷଣ ଶିବିରକୁ ଯାଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ଭିତରେ ନ ପହଞ୍ଚିବାରୁ ତାଙ୍କୁ କୋଚ ଫୋନ କରିଥିଲେ । ନା ତାଙ୍କ ଫୋନ ଲାଗିଥିଲା ନା ତାଙ୍କ ସମ୍ପର୍କରେ କିଛି ଖବର ମିଳିଥିଲା । ଶେଷରେ ଟିମର କୋଚ ପୋଲିସରେ ଏ ନେଇ ନିଖୋଜ ମାମଲା ଦିଆଯାଇଥିଲା ।

ଏପଟେ ଝିଅର ନିଖୋଜ ଖବର ଶୁଣି ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ ଓରନ୍ଦା ଜଙ୍ଗଲରୁ ମିଳିଛି  । ଏନେଇ ରାଜଶ୍ରୀଙ୍କ ବାପା ଓ ମା’ କ୍ରୀଡ଼ା ମନ୍ତ୍ରୀଙ୍କ ନିକଟରେ ରାଜଶ୍ରୀଙ୍କ ଖୋଜିବା ପାଇଁ ଗୁହାରୀ କରିଛନ୍ତି । ଝିଅ ଫଟୋ ଧରିବା ସହ ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ପରିବାର। ଏଥିସହ ରାଜଶ୍ରୀଙ୍କ ପ୍ରତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ମା  ।

ସେ ଏତଲାରେ ଉଲ୍ଲେଖ କରିଛନ୍ତି, “ପୁଡୁଚେରୀ ଦିନିକିଆ ପାଇଁ  ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହି  ତାଲିକାରେ ରାଜଶ୍ରୀଙ୍କ ନାଁ ନଥିବାରୁ ସେ ମାନସିକ ଚାପରେ ଥିଲେ ।’ ତେବେ ତାଙ୍କ ମୃତ୍ୟୁ କିପରି ହେଲା ଓ କେଉଁ ପରିସ୍ଥିତିରେ ହେଲା ତାହା ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.